ପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ଶୁଭମନାସିଲେ ମୁଖ୍ୟମନ୍ତ୍ରୀ

461

କଟକ : କଟକ ସହରର ଶାରଦୀୟ ପୂଜା ମଣ୍ଡପ ବୁଲି ରାଜ୍ୟ ବାସୀଙ୍କପାଇଁ ଶୁଭ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ କଟକ ସର୍କିଟ ହାଉସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଯାଇ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଐତିହାସିକ ବାଲିଯାତ୍ରା ଉତ୍ସବ ମହା ଆଡମ୍ବରରେ କିଭଳି ହେବ ତାହା କରାଯିବ ବୋଲି କହିଛନ୍ତି । ଉଭୟ ପଡ଼ିଆରେ ହାଇକୋର୍ଟଙ୍କ ଅନୁମତି ନେଇ ବାଲିଯାତ୍ରା ଆୟୋଜନ ହେବ ।

ଓଡ଼ିଶାର ଐତିହ୍ୟ ସମ୍ପନ୍ନ ଷ୍ଟଲଗୁଡିକ ଉପର ପଡ଼ିଆରେ ରହି ପାରିବ। ଏ ନେଇ ପ୍ରଶାସନ ସହିତ ଆଲୋଚନା ପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଆଙ୍କୁ ଦର୍ଶନ କରି ଆନନ୍ଦିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ରାଜ୍ୟବାସୀ କିଭଳି ସୁଖଶାନ୍ତିରେ ରହିବେ ପ୍ରାର୍ଥନା କରିଛି । କଟକ ହେଉଛି ଭାଇଚାରାର ସହର ଓ ଏଠି ସବୁବେଳେ ଶାନ୍ତି ଶୃଙ୍ଖଳା ବଜାୟ ରହେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଶହରା ହେଉଛି ଏକତାର ସମ୍ବଳ ଓ ସାରା ଓଡିଶାକୁ କଟକ ସହର ଏକତାର ମନ୍ତ୍ର ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଦଶହରାରେ ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ପୂଜା ଚାଲିଥିବା ବେଳେ କଟକରେ ଭୁଷୁଡିଲା ଲାଇଟ୍ ଗେଟ୍‌। କଲେଜ ଛକରେ ଥିବା ଲାଇଟ୍ ଗେଟ୍ ପ୍ରବଳ ବର୍ଷା ଫଳରେ ଭୁଷୁଡି ପଡିଛି। ରାସ୍ତା ଉପରେ ପଡିରହିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଛି । ଆଖପାଖ ଅଞ୍ଚଳର ବିଦ୍ୟୁତ୍ କାଟ କରାଯାଇ ରାସ୍ତା ଅବରୋଧ ହଟାଯାଉଛି। ହେଲେ ବର୍ଷା ଯୋଗୁଁ ନୁହେଁ ବରଂ ଏହା ଦୁର୍ଘଟଣା ହେତୁ ଭାଙ୍ଗିଯାଇଥିବା ନେଇ ପୂଜାମଣ୍ଡପର ସଭାପତି କହିଛନ୍ତି। ପିକ୍‌ଅପ ଭ୍ୟାନ୍ ଧକ୍କା ଦେବାରୁ ଏଭଳି ଭାଙ୍ଗିଯାଇଥିବା ସେ କହିଛନ୍ତି।

ସେପଟେ ପ୍ରବଳ ବର୍ଷାଯୋଗୁଁ ଭାଙ୍ଗିଲା ପୂଜାମଣ୍ଡପର ଗେଟ୍‌। କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.