159

ପଞ୍ଜାବ: ଦେଶର ଅନେକାଂଶରେ ଜାରି ଲଗାଣ ବାର୍ଷା । ସେପଟେ ଭୀଷଣ ବନ୍ୟାରେ ପଞ୍ଜାବର ସ୍ଥିତି ବେହାଲ ହୋଇଛି । ଚାରିଆଡେ କେବଳ ପାଣି ହିଁ ପାଣି । ତଳିଆ ଅଞ୍ଚଳ ସହ ସହରର ରାଜପଥରେ ଚାଲିଛି ଆଣ୍ଠୁଏ ଲେଖାଏଁ ପାଣି । ଆଉ ଏପରି ପରିସ୍ଥିତିରେ ମାନବିକତା ଦେଖାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ବୋଟ୍ ନେଇ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ହୋସିଆରପୁରରେ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମାନ୍ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା-ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖି ସେଆଡ଼କୁ ବୋଟ୍‌ ନେଇଯିବାକୁ ଉଦ୍ଧାରକାରୀମାନ‌ଙ୍କୁ ନିର୍ଦେଶ ଦେଇଥିଲେ। ତା’ପରେ ଛାତ ଉପରୁ ସେ ପରିବାରର ସଦସ୍ୟମାନଙ୍କୁ ଓହ୍ଲାଇ ଆଣି ନିଜେ ବସିଥିବା ବୋଟ୍‌ରେ ବସାଇ ଉଦ୍ଧାର କରିଥିଲେ ମାନ୍ ।

ଏବାବଦରେ, ପଞ୍ଜାବକୁ ପୁଣି ବନ୍ୟା ଆସିଛି। ହୋସିଆର୍‌ପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହିତ କଥାବାର୍ତ୍ତା କଲି। ଅସୁବିଧା ସମୟ ପଡ଼ିଥିଲେ ବି ଆମେ ସମସ୍ତଙ୍କୁ ସାହାଯ୍ୟ କରିବା। ସରକାର ଜନସାଧାରଣଙ୍କ କ୍ଷୟକ୍ଷତି ଭରଣା କରିବେ ବୋଲି ଏକ୍ସ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ଭଗୱନ୍ତ ସିଂ ମାନ୍ ।

Comments are closed, but trackbacks and pingbacks are open.