ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାର ଗଠନର ପ୍ରଥମ ଦିନରୁ ହିଁ ଲୋକଙ୍କ ସାଙ୍ଗରେ ମିଶିବା, ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିବା ହେଉଛି ତାଙ୍କର ଏକ ମୁଖ୍ୟ କାର୍ଯ୍ୟ ଏବଂ ତାଙ୍କ ଶାସନ ପ୍ରଣାଳୀର ମୁଖ୍ୟ ଧାରା। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଦୀର୍ଘ ଦିନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ ହୋଇଛି ଏବଂ ହଜାର ହଜାର ଲୋକ ତାଙ୍କୁ ପ୍ରତ୍ୟେକ ସୋମବାର ଦିନ ଭେଟି ଅଭିଯୋଗ ଶୁଣାନ୍ତି ଏବଂ ସମାଧାନ ପାଇ ଫେରନ୍ତି। ଅନେକ ଗରିବ, ସାଧାରଣ ଲୋକ ନିରାଶା ମଧ୍ୟରୁ ଆଶାର ଆଲୋକ ପାଇଥାନ୍ତି। ସେଥିପାଇଁ ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଥାନ୍ତି ଏବଂ ମହାପ୍ରଭୁଙ୍କ ପାଖରେ ତାଙ୍କର କଲ୍ୟାଣ କାମନା କରିଥାନ୍ତି।
Comments are closed, but trackbacks and pingbacks are open.