ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ଓ ଆର୍କାଇଭ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

15

କଟକ : ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ସହ ସେଣ୍ଟର ଫର୍‌ ଜୁଡିସିଆଲ ଆର୍କାଇଭ୍ ବିଲଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜୁଡିସିଆଲ ସଂଗ୍ରହାଳୟ ପ୍ରକଳ୍ପ ଭାରତରେ ଅଦ୍ବିତୀୟ। ଏଭଳି ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ସୁଯୋଗ ଯୋଗାଇବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍ ସରଣ, ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ । ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ ବିଲଡିଂର ପ୍ରକଳ୍ପ। ଏହି ଜୁଡିସିଆଲ ଆର୍କାଇଭ୍ ବିଲଡିଂ ବା ସଂଗ୍ରହଳୟ ପାଇଁ ୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଠାରେ ୨୦୦ ବର୍ଷର ପୁରୁଣା ବିଭିନ୍ନ ନ୍ୟାୟିକ ଦସ୍ତାବିଜ ସଂଗୃହୀତ ହୋଇ ରହିବ ଓ ଏହା ଉପରେ ଗବେଷଣା କରାଯିବ।

ସ୍ୱାଧୀନତା ପୂର୍ଵର ବିଭିନ୍ନ ଦସ୍ତାବିଜକୁ ଏଠାରେ ସ୍ଥାନ ଦିଆଯିବ । ବିଶେଷ କରି ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ବୋଷଙ୍କ ପିତା ତଥା ସ୍ୱାଧୀନତା ସଂଗ୍ରାମୀ ଜାନକୀନାଥ ବୋଷ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ଯେଉଁ ସବୁ ମାମଲା ପରିଚାଳନା କରୁଥିଲେ ସେହି ସମସ୍ତ ଦସ୍ତାବିଜକୁ ଏହି ସଂଗ୍ରହଳୟରେ ସ୍ଥାନିତ ହେବ।

ଏହି ଅବସରରେ ଶନିବାର ଶିଳାନ୍ୟାସ ହୋଇ ଥିବା ଦୁଇଟି ଯାକ ପ୍ରକଳ୍ପର ଡିଜାଇନ ଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ତେବେ ଜୁଡିସିଆଲ ଆର୍କାଇଭ୍ ଵିଲଡିଂ ବା ସଂଗ୍ରହଳୟ ଓଡିଶାର ନ୍ୟାୟିକ ତଥା ଅନ୍ୟ ବହୁମୂଲ୍ୟ ସ୍ମୃତିକୁ ଧାରଣ କରିବ ବୋଲି ମତ ଦେଇ ଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ।

ସେହିପରି ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ ଅଵସରରେ ନିଜର ଅଭିଭାଷଣରେ ଜୁଡିସିଆଲ ସଂଗ୍ରହାଳୟ ପ୍ରକଳ୍ପ ଭାରତରେ ଅଦ୍ବିତୀୟ ଵୋଲି କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ଵିଚାରପତି ଓ ଅନ୍ୟ ଅଧିକାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ।ଏଭଳି ପ୍ରତିଷ୍ଠାନ ଗଵେଷଣା ଓ ଇତିହାସକୁ ପରଖିଵା ପାଇଁ ସୁଯୋଗ ଯୋଗାଇଵ ଵୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.