ନାରୀନେତ୍ରୀ ଉପରେ ଖପ୍ପା ମୁଖ୍ୟମନ୍ତ୍ରୀ

332

ସୁପ୍ରିମୋଙ୍କ ଉପରେ ପକାଇଲେ ଉତ୍ତରୀୟ । ଦଳ ନେଇଗଲା ପଦ! । ସୁପ୍ରିମୋଙ୍କୁ ପିନ୍ଧାଇଲେ ବ୍ୟାଚ
ଶ୍ରୀମୟୀଙ୍କ ପାଳି କେବେ? ସୁଲତା ଦେଓଙ୍କୁ ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଇ ସାରିଛି ବିଜେଡ଼ି । କିନ୍ତୁ କେଉଁ କାରଣରୁ ତାଙ୍କୁ ପଦରୁ ହଟ୍ଟାଗଲା ତାହା ଏବେ ବି ପ୍ରଶ୍ନ ଘେରରେ । ସୁଲତାଙ୍କୁ ହଟାଯିବାର ଯେଉଁ କାରଣ ସାଧାରଣରେ ଚର୍ଚ୍ଚା ହେଉଛି, ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ଉତ୍ତରୀୟ ପକାଇବା । ଇଏ ହେଉଛି ସେହି ସମୟର ଦୃଶ୍ୟ । ଦୃଶ୍ୟରୁ ଏମିତି ଲାଗୁଥିଲା ନବୀନ ଉତ୍ତରୀୟ ପକାଇବାରେ ନଥିଲା ଇଛା ।

ଆଉ ବୋଧ ହୁଏ ସୁପ୍ରିମୋଙ୍କ ଅନିଛା ସ୍ୱତ୍ତେ ୍ୱ ଉତ୍ତରୀୟ ପକାଇଥିଲେ ସୁଲତା । ଯେଉଁ କାରଣରୁ ତାଙ୍କୁ ନିଜ ପଦ ହରାଇବାକୁ ପଡ଼ିଲ।। କିନ୍ତୁ ସେହି ଦୃଶ୍ୟକୁ ଭଲରେ ନଜର ପକାଇଲେ , ଜାଣିପାରିବା ଯେ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ବିରକ୍ତି ପ୍ରକାଶ କରିଥିଲେ ଶ୍ରୀମୟୀ ମିଶ୍ରଙ୍କ ଉପରେ । ନବୀନଙ୍କୁ ବ୍ୟାଚ ପିନ୍ଧାଉଥିବା ବେଳେ ବିରକ୍ତି ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ । ଯଦି ଉତ୍ତରୀୟ ପକାଇବାରୁ ସୁଲତାଙ୍କ ପଦ ଗଲା, ତେବେ ଶ୍ରମୟୀଙ୍କ ପାଳି ଖୁବ୍ ଶିଘ୍ର ପଡ଼ିବାକୁ ଯାଉଛି ବୋଲି ଶୁଣାଯାଉଛି । ଶୀମୟୀ ବଲାଙ୍ଗିର ଲୋକସଭା ଆସନ ପାଇଁ ରହିଛନ୍ତି ଆଶାୟୀ ।

ଏମିତିକି ଭୁବନେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ରେସରେ ଥିବା ଚର୍ଚ୍ଚା ହେଉଛି । ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଶ୍ରୀମୟୀଙ୍କର ବିଜେଡିର ତୁଙ୍ଗ ନେତାଙ୍କ ଗୋଷ୍ଟିରେ ତାଙ୍କର ବସା ଉଠା । କିଛି ପୂର୍ବତନ ମନ୍ତ୍ରୀଙ୍କ ତାଙ୍କ ମୁଣ୍ଡ ଉପରେ ଆଶ୍ରୀବାଦ ଥିବା ମଧ୍ୟ କୁହାଯାଏ । ସେ ଏବେ ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି । କେବଳ ଏତିକି ନୁହେଁ ପ୍ରଥମେ ଓଟିଡ଼ିସି, ଆଉ ଏବେ ନୂଆ ନିଗମର ଦାୟିତ୍ୱ ମିଳିଛି ତାଙ୍କୁ । ସୁପ୍ରିମୋଙ୍କ ଆକ୍ରେଶର କୋପରୁ ସୁଲତା ବର୍ତ୍ତି ନଥିବା ବେଳେ ଶ୍ରୀମୟୀଙ୍କ ପାଳି କେବେ ତାହାକୁ ନେଇ ଚର୍ଚ୍ଚା ।

Comments are closed, but trackbacks and pingbacks are open.