ଭୁବନେଶ୍ୱର: ଦୈତନଗରୀରେ ଗଡ଼ିଲା ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆର୍ଏସ୍ଏସ୍) ଯାନ । ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଆର୍ଏସ୍ଏସ୍ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆହୁରି ସଶକ୍ତ ହେବ ଗୃହ ବିଭାଗ। ପୋଲିସ ବିଭାଗ ୧୦ ହଜାର ପଦବୀ ପୂରଣ ହେବ। ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ । ପୋଲିସର ଶକ୍ତି ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ। ଅତ୍ୟାଧୁନୀକ ଜ୍ଞାନ କୌଶଳକୁ ପୋଲିସ ବିଭାଗରେ ବ୍ୟବହାର କରାଯିବ। ଏହି ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଫ ଏବଂ କଟକ-ଭୁବନେଶ୍ବର ଡିସିପି, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁଯାଇ, କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୁଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ୍ୱ ସହାୟତା ଯୋଗାଇବେ ।ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ତଥା ଡାଏଲ ୧୧୨କୁ ତ୍ୱରାନ୍ୱିତ କରାଇବା ପାଇଁ ଏସବୁ ଯାନ ସହାୟକ ହେବ ।
Comments are closed, but trackbacks and pingbacks are open.