ରାଉରକେଲାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

33

ମାଲକାନଗିରି ଏବଂ କାଲାହାଣ୍ଡି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ ରେ ଯାଇ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ) ହିତାଧିକାରୀଙ୍କୁ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି I ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇଁ ଏହି ସ୍ମାର୍ଟ କାର୍ଡ଼ ପ୍ରଯୁଜ୍ୟ I ଏହାସହ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଗରୀବ ସୀମାରେଖା ତଳେ ବସବାସ କରୁଥିବା ରାସନ କାର୍ଡ଼ଧାରୀ ମାନେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ, ପାଇବେ ଉତ୍ତମ ସ୍ଵାସ୍ଥ୍ୟ ସେବା । ଏହାଛଡା ରାଉରକେଲା ସ୍ଥିତ ଆଇଜିଏଚ ପରିସରରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲ ଅଡ଼ିଟୋରିୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୧୫ ଲକ୍ଷ ୯ ହଜାର ୮୨୧ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଦେବା ପାଇଁ ଚୂଡ଼ାନ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୩୬ ହଜାର ୯୪୮ ହିତାଧିକାରୀଙ୍କୁ ମଙ୍ଗଳବାର ଶୁଭାରମ୍ଭ ପରେ ସ୍ମାର୍ଟ କାର୍ଡ଼ ପ୍ରଦାନ କରାଯାଇଛି । ଜିଲ୍ଲାର ୧୭ ବ୍ଲକରୁ ଜଣେ ଲେଖାଁଏ ମନ୍ତ୍ରୀ ସହ ଉପଦେଷ୍ଠା ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି । ଏହାସହ ଜିଲ୍ଲାରେ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିବା ସହ କିଛି ଯୋଜନାର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆଉ ଏହି ସ୍ମାର୍ଟ କାର୍ଡ଼ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଚିକିତ୍ସିତ ହୋଇପାରିବେ ହିତାଧିକାରୀ

Leave A Reply

Your email address will not be published.