ନବୀନ ନିବାସରେ ବିଦାୟୀ ମନ୍ତ୍ରୀ ଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

42

ନବୀନ ନିବାସରେ ବିଦାୟୀ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଙ୍କ ବୈଠକ । ବିଭିନ୍ନ ମାମଲାରେ ବିବାଦୀୟ ହୋଇପଡ଼ି ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିଥିବା ପୂର୍ବତନ ମନ୍ତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ୧୦ ପୂର୍ବତନ ମନ୍ତ୍ରୀଙ୍କ ସହ ଏହି ବୈଠକ ବସିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ସମସ୍ତ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ବୁଝିବାନେଇ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।

୨୦୧୯ ନିର୍ବାଚନ ପରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣଙ୍କୁ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି। ବିଶେଷ କରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ପ୍ରମୁଖ ବାଦ୍ ପଡ଼ିଛନ୍ତି।

ସୂଚନାନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିବା ବେଳେ ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

Comments are closed, but trackbacks and pingbacks are open.