ଆନ୍ଧ୍ରରେ ହେବାକୁ ଥିବା ୩ ରାଜଧାନୀ ବିଲ ପ୍ରତ୍ୟାହାର କଲେ ମୁଖ୍ୟମନ୍ତ୍ରୀ

18

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ ବିଲ୍‌କୁ ପ୍ରତ୍ୟାହାର ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଏଥିସହ ଏହି ନିଷ୍ପତ୍ତିକୁ ଆଡଭୋକେଟ ଜେନେରାଲଙ୍କ ଜରିଆରେ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଛି। ହାଇକୋର୍ଟ ୩ ରାଜଧାନୀ ବିଲ୍‌ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି। ହାଇକୋର୍ଟ କୌଣସି ରାୟ ଦେବା ପୂର୍ବରୁ ହିଁ ଆନ୍ଧ୍ର ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟର ଆଡଭୋକେଟ୍ ଜେନେରାଲ ସୁବ୍ରମଣ୍ୟମ ଶ୍ରୀରାମ ହାଇକୋର୍ଟରେ କ୍ୟାବିନେଟର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି

ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ତିନୋଟି ରାଜଧାନୀ କରାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ଯାଚିକା ଉପରେ ନଭେମ୍ବର ୧୫ରୁ ଶୁଣାଣି କରୁଥିଲେ । ଅମରାବତୀକୁ ରାଜଧାନୀ କରାଯିବା ନେଇ ଯେଉଁ କୃଷକ ନିଜର ୩୪ ହଜାର ଏକର କୃଷି ଯୋଗ୍ୟ ଜମି ଦେଇଥିଲେ, ସେମାନେ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାମଲାରେ ୧୦୦ରୁ ଅଧିକ ଆବେଦନ ଦାଖଲ କରାଯାଇଛି I
ରାଜ୍ୟର ପୂର୍ବ ଟିଡିପି ସରକାର ଦ୍ୱାରା ୨୦୧୫ରେ ଅମରାବତୀକୁ ରାଜଧାନୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଯାହା ବିରୋଧରେ ଜଗନମୋହନ ସରକାର ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ ରିଜନ ଡେଭଲପମେଣ୍ଟ ଆକ୍ଟ ପ୍ରଣୟନ କରିଥିଲେ।

Leave A Reply

Your email address will not be published.