ଗ୍ୟାସ ସିଲିଣ୍ଡରଦୁର୍ଘଟଣା କ୍ଷତିଗ୍ରସ୍ତ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ରାଶି ଘୋଷଣା

132

ଗତକାଲି ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ରେ ଗୁରୁତର ଆହତ ଜଣେ ବ୍ୟକ୍ତି ଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ସୋମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ ଗତକାଲି ଘଟିଥିବା ଏହି ଦୁର୍ଘଟଣା ରେ ଗୋଟିଏ ପରିବାରର ସାତଜଣଙ୍କ ସମେତ ଦଶ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.