ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

109

ଭୁବନେଶ୍ୱର: ଲୋକଙ୍କୁ ଭଲ ବ୍ୟବହାର ଦେଖାଅ । ଲୋକଙ୍କୁ ଅଯଥା ହଇରାଣ କରନାହିଁ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଅ । ଥାନାକୁ ଆସୁଥିବା ଲୋକ ଯେପରି ହଇରାଣ ନହେବେ ସେଥିପ୍ରତି ଦୃଷ୍ଟି ଦିଅ । ଲୋକଙ୍କୁ ଗୁଣାତ୍ମକ ସେବା ଦିଅ  । ଆଜି ପୁଲିସ ଅଧିକାରୀଙ୍କ ସହ ବୈଠକ କରି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଲିସମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ପୁଲିସ ଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ଅତିଥିଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟଶାସନ ସଚିବଙ୍କ ଠାରୁ ଓଡ଼ିଶାର ସାମଗ୍ରୀକ କାମର ବିସ୍ତୃତ ତଥ୍ୟ ନେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି ଓଡ଼ିଆ ସ୍ପଷ୍ଟ ନୁ୍ୟଜ। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ,ଗୁଇନ୍ଦା ଆଇଜି ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ମଧ୍ୟ ଉପସ୍ଥିତ ଥିଲେ । ଏହାଛଡ଼ା ଆଇନଶୃଙ୍ଖଳା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । 

Comments are closed, but trackbacks and pingbacks are open.