ସ୍ୱାଧିନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

27

ଆଜିର ଦିନରେ ସ୍ୱାଧିନ ହୋଇଥିଲା ଭାରତ ବର୍ଷ । ସ୍ୱାଧୀନତା କୁ ୭୪ ବର୍ଷ ବିତିଯାଇଛି ଆଜି ଦେଶ ପାଳୁଛି ୭୫ ତମ ସ୍ୱାଧିନତା ଦିବସ । ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଅଧିନରେ ଥିବା ଭାରତ ବର୍ଷ ଆଜି ର ଦିନ ରେ ପାଇଥିଲା ସ୍ୱାଧିନତାର ସ୍ୱାଦ । ତେବେ ଏହି ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାଧିନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଦେଶର ଏକତା ଓ ଅଖଣ୍ଡତାକୁ ସମସ୍ତେ ବଜାୟ ରଖିବା ଉଚିତ । ଏହାସହ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି ।

Leave A Reply

Your email address will not be published.