ଶ୍ରୀ ମନ୍ଦିର ଦର୍ଶନ ପାଇଁ ଆସିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

28

ଗତ କଲି ରାତିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ. ଭି. ରମନ୍ନା ଭୁବନେଶ୍ୱର ବିମାନବନ୍ଦର ରେ ଓଲ୍ହାଇଛନ୍ତି Iଏହା ପରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ଙ୍କୁ ସ୍ୱାଗତ କରିବା ପାଇଁ ସିଂହଦ୍ବାର ନିକଟରେ 5ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ I
ପାରମ୍ପରିକ ବେଶ ପୋଷାକରେ ଥିବା ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରାୟ ୪୫ ମିନିଟ ସେ ଶ୍ରୀମନ୍ଦିରରେ ବିତାଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ ତାଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନର ବ୍ୟବସ୍ଥା କରିଥିଲେ । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ ।
ମୁଖ୍ୟ ବିଚାରପତିଙ୍କ ଆଜିର ଦର୍ଶନ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲିଧର, ପୁରୀ ଜିଲ୍ଲା ଜର୍ଜ , ଏଏସ ଆଇ ର ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନେକ ବରିଷ୍ଠ ସରକାରୀ ଅଧିକାରୀମାନେ ଦର୍ଶନରେ ସାମିଲ ଥିଲେ ।

Leave A Reply

Your email address will not be published.