କେନ୍ଦ୍ର ସରକାର ଙ୍କ ‘ଅଗ୍ନିପଥ ଯୋଜନା’ ଚାକିରୀ କୁ ବିରୋଧ କରି ଆଶାୟୀଙ୍କ ରେଳରୋକ

39

କେନ୍ଦ୍ର ସରକାରଙ୍କ ସର୍ଟ ଟର୍ମ ସେନା ଚାକିରୀ ‘ଅଗ୍ନିପଥ ଯୋଜନା’ କୁ ଆଶାୟୀ ଙ୍କ ବିରୋଧ I ନିକଟରେ କେନ୍ଦ୍ର ସରକାର ଙ୍କ ତରଫରୁ ସେନାରେ ଭର୍ତ୍ତିହେବା ପାଇଁ ୪ ବର୍ଷିଆ ଚାକିରୀ ‘ଅଗ୍ନିପଥ’ ବିଷୟରେ ଘୋଷଣା କରିଥିଲେ I ତେବେ କେନ୍ଦ୍ରର ଏହି ଯୋଜନାକୁ ନେଇ ଏବେ ବିରୋଧ ତେଜିଛି। ବିହାରର ବକ୍ସର ରେଳ ଷ୍ଟେସନର ଏନେଇ ଚାକିରି ଆଶୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିହାର ର ଜୋହାନାବାଦ ରେ ଆଶାୟୀ ମାନେ ୨ ଘଣ୍ଟା ଧରି ରେଳରୋକ କରିଥିଲେ I
ସ୍ଥିତି ଏମିତି ହୋଇଛି ଯେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟ ସାରା ବିରୋଧ ଜାରି ରହିଛି। ବକ୍ସରରେ ଆଶାୟୀମାନେ ଟ୍ରେନ୍ ରୋକିବାକୁ ଉଧ୍ୟମ କରିବା ସହ ଯୋଜନା ବିରୋଧରେ ନାରାବାଜୀ କରିଛନ୍ତି।

ଚାକିରି ଆଶାୟୀଙ୍କ କହିବା କଥା ହେଲା ୪ ବର୍ଷ ଚାକିରି କାଳ ଅତି ସଂକ୍ଷିପ୍ତ ଅବଧି। ଏହାପରେ ଏହି ଚାକିରୀରେ ଭବିଷ୍ୟତ ପାଇଁ କୌଣସି ଯୋଜନା ନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅବସରକାଳୀନ କୌଣସି ସଠିକ୍ ଯୋଜନା ନଥିବାରୁ ଏହାକୁ ବିରୋଧ କରାଯାଉଛି ବୋରି ବିକ୍ଷୋଭକାରୀମାନେ କହିଛନ୍ତି।

Comments are closed, but trackbacks and pingbacks are open.