ପ୍ରୋଭିଡେଣ୍ଟ ଫଣ୍ଡ ଜମାରାଶି ଉପରେ ନୂଆ ଆୟକର ଟିକସ ନିୟମ ଜାରି କଲେ କେନ୍ଦ୍ର ସରକାର

25

କେନ୍ଦ୍ର ସରକାର ଆଜି ନୂଆ ଆୟକର ଟିକସ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଏଣିକି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟ ଦୁଇଟି ଭାଗରେ ବିଭକ୍ତ କରାଯିବ I ନୂଆ ବିଜ୍ଞପ୍ତି ପରେ ସମସ୍ତ ମହଜୁଦ କର୍ମଚାରୀ ଭବିଷ୍ୟତ ନିଧି(ଇପିଏଫ) ଆକାଉଣ୍ଟ ଗୁଡ଼ିକ ଟିକସ ଯୁକ୍ତ ଓ ଟିକସ ମୁକ୍ତ, ଏପରି ଦୁଇଟି ଖାତାରେ ବିଭକ୍ତ ହେବ। ପିଏଫ ଜମା ଉପରେ ମିଳିବାକୁ ଥିବା ସୁଧର ଗଣନା ପାଇଁ ଗୋଟିଏ ପୃଥକ ଆକାଉଣ୍ଟ ରହିବ। ସିବିଡିଟିର ବିଜ୍ଞପ୍ତି ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ୩୧ ଯାଏ କୌଣସି ବି ଯୋଗଦାନ ଉପରେ ଟିକସ ଲାଗିବ ନାହିଁ। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ପରେ ପିଏଫ ଆକାଉଣ୍ଟରେ ମିଳିଥିବା ସୁଧ ଉପରେ ଟିକସ ଲାଗୁ ହେବ ଓ ଏହାର ଗଣନା ପୃଥକ ପୃଥକ ଭାବେ କରାଯିବ।
ସିବିଡିଟି ଏହାର ବିଜ୍ଞପ୍ତିରେ କହିଛି ଯେ ୨୦୨୨ ଏପ୍ରିଲ ୧ରୁ ଏହା ଲାଗୁ ହେବ। କିନ୍ତୁ ଆର୍ଥିକ ବର୍ଷ ୨୦୨୧-୨୨ ଯାଏ ଯଦି ଆପଣଙ୍କ ଆକାଉଣ୍ଟରେ ବାର୍ଷିକ ଜମା ୨.୫ ଲକ୍ଷରୁ ଅଧିକ ହେବ, ତା’ହେଲେ ଏଥିରେ ମିଳିଥିବା ସୁଧ ଟିକସ ଯୁକ୍ତ ହେବ। ଏହାର ଅର୍ଥ ଏହି ରାଶି ଉପରେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ। ଲୋକମାନଙ୍କୁ ଆସନ୍ତା ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ସମୟରେ ସୁଧ ବାବଦରେ ସୂଚନା ଦେବାକୁ ପଡ଼ିବ।

Leave A Reply

Your email address will not be published.