ଭୁବନେଶ୍ୱର: ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୭୮ ମସିହା ପରେ ଅର୍ଥାତ୍ ଦୀର୍ଘ ୪୮ ବର୍ଷ ବ୍ୟବଧାନରେ ପୁନର୍ବାର ଏହି ଗଣତିମଣତି କାର୍ଯ୍ୟ କରାଯାଉଛି। ଆଜି ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମିନିଟ୍ ମଧ୍ୟରେ ଥିବା ଶୁଭ ବେଳାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ଯେପରି ପ୍ରଭାବିତ ନହେବ, ସେଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। ଏହି ସମୟରେ ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ଦଳର ସଦସ୍ୟମାନେ ହିଁ ପ୍ରବେଶ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁରୀ ଏସପିଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ଥିବା ସଦସ୍ୟଙ୍କୁ ହିଁ ଅନୁମତି ମିଳିଛି। ଏହି ପ୍ରକ୍ରିୟା ଚାଲୁଥିବା ବେଳେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ଦର୍ଶନ କରିପାରୁଛନ୍ତି। କେବଳ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବା ସେବାୟତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ।
Comments are closed, but trackbacks and pingbacks are open.