ଏପ୍ରିଲ୍ ୨୬ ତାରିଖରୁ CBSE ଟର୍ମ-୨ ପରୀକ୍ଷା ହେବ

27

ସିବିଏସଇ ଟର୍ମ-୨ ଥିଓରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆଗାମୀ ଏପ୍ରିଲ୍ ୨୬ ତାରିଖରୁ ଏହି ପରୀକ୍ଷା ହେବ। ତେବେ ପରୀକ୍ଷାର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଜାରି ହେବ। ସିବିଏସଇ ଏକ ନୋଟିସ୍ ଜାରି କରି ପରୀକ୍ଷାର ତାରିଖ ସମ୍ବନ୍ଧରେ ସୂଚନା ଦେଇଛି। ସିବିଏସଇ ଏକ ବିବୃତ୍ତିରେ କହିଛି, ଟର୍ମ-୨ ପରୀକ୍ଷା ଏପ୍ରିଲ୍ ୨୬ ତାରିଖରୁ ହେବ। ଦଶମ ଓ ଦ୍ୱାଦଶ ପରୀକ୍ଷାର ଡେଟସିଟ୍ (ତାରିଖ) ଶୀଘ୍ର ଅଫିସିଆଲ୍ ୱେବସାଇଟ୍ cbse.nic.inରେ ଜାରି ହେବ।

ସିବିଏସଇ ପରୀକ୍ଷା କଣ୍ଟ୍ରୋଲର୍ ସ୍ୱୟଂ ଭରଦ୍ୱାଜ କହିଛନ୍ତି, କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦୁଇଟି ଯାକ ପରୀକ୍ଷାକୁ ଅଫଲାଇନ ମୋଡରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ଶିକ୍ଷା ବୋର୍ଡ ପ୍ରଥମଥର ଦଶମ ଓ ଦ୍ୱାଦଶର ଫାଇନାଲ୍ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରୁଛି। ଦେଶରେ ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି I

କହି ରଖୁଛୁ ଯେ ୩୦ ନଭେମ୍ବରରୁ ୧୧ ଡିସେମ୍ବର ୨୦୨୧ ମଧ୍ୟରେ CBSE ଟର୍ମ ୧ ଦଶମ ଶ୍ରେଣୀ ପରୀକ୍ଷା କରାଯାଇଥିଲା I ଏଥି ସହିତ, ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ ୧ ପରୀକ୍ଷା ଡିସେମ୍ବର ୧ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ କରାଯାଇଥିଲା I ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ I

Comments are closed, but trackbacks and pingbacks are open.