ଘାଟିରୁ ଖସିଲା କାର, ୩ ଜଣଙ୍କ ମୃତ୍ୟୁ

607

ବିଶାଖାପଟଣା ଯିବାବେଳେ ଘାଟିରୁ ଖସିଲା କାର, ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତଙ୍କର ଚାଲିଛି ଚିକିତ୍ସା । ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟିରେ । ସମସ୍ତଙ୍କ ମୃତାହତଙ୍କ ଘର ଛତିଶଗଡ଼ ରାଜଗାଁରେ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଶାଶୁ, ଶ୍ୱଶୁର ଝିଅ ଏବଂ ଜ୍ୱାଇଁ ଏକ କାରରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପଟଣା ବୁଲିବାକୁ ଯାଉଥିଲେ । ଆସି ସକାଳ ୫ଟା ବେଳେ ଯୋଡିମାଡ଼ିଲି ନିକଟ ଘାଟିରେ କାରଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଶାଶୁ, ଶ୍ୱଶୁର ଏବଂ ଜ୍ୱାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଥିବା ନେଇ ଖବର ରହିଛି । ଆହତ ଝିଅକୁ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି ।

ପୋଲିସ ଏହି ଗାଡ଼ିକୁ ଜବକ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି ହେଲେ ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଖି ଲାଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.