ପାକିସ୍ତାନରେ ପଡିଲା ହା ହା କାର

23

ପାକିସ୍ତାନରେ ପଡିଲା ହା ହା କାର । ଅନ୍ଧକାରରେ କଟୁଛି ପାକିସ୍ତାନ ଦିନ। ଭାରତ ବିରୋଧରେ ଷଡଯନ୍ତ୍ର କରିବା ପାକିସ୍ତାନକୁ ପଡିଲା ଭାରି । ଚୀନ୍ ଛାଡିଦେଲା ପାକିସ୍ତାନ ହାତ । ()ଋଣ ଦେବାକୁ ମନା କରିଦେଲେ ସହଯୋଗୀ ରାଷ୍ଟ୍ର ।

ଦିନ କୁ ଦିନ ପାକିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଶ୍ରୀଲଙ୍କା ଅବସ୍ଥାରେ ପହଞ୍ଚିଯାଇଛି ପାକିସ୍ତାନ । ଋଣ ପରେ ଋଣ ନେଇ ଚାଲିଥିଲା ପାକିସ୍ଥାନ । ସହଯୋଗୀ ରାଷ୍ଟ୍ର ଋଣ ଦେବାକୁ ମନା କରିଦେଇଛନ୍ତି ପାକିସ୍ତାନକୁ । ଭାରତ ବିରୋଧରେ ସବୁବେଳେ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଥିବା ପାକିସ୍ତାନ ଏବେ କାଙ୍ଗାଳ ହୋଇପଡ଼ିଛି । ଦେଶରେ ଆର୍ôଥକ ସ୍ଥିତି ଭୁଷୁଡ଼ି ପଡ଼ିଲାଣି । ସରକାରଙ୍କ ପାଖରେ ଅର୍ଥର ଘୋର ଅଭାବ । ନା ଖାଇବାକୁ ଖାଦ୍ୟ ଅଛି ଲାଇଟ୍ କଲେକ୍ସନ୍ ଅନ୍ଧକାରରେ କଟୁଛି ପାକିସ୍ତାନ ଦିନ । ତେବେ ବିଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପଇସା ନାହିଁ । ଫଳରେ ପାକିସ୍ତାନବାସୀ ଘୋର ସଙ୍କଟର ସମ୍ମୁଖୀନ ହେଉଛନ୍ତି ।

ଏହି ସମୟରେ ପାକିସ୍ତାନର ସହଯୋଗୀ ରାଷ୍ଟ୍ରମାନେ ବି ହାତ ଛାଡ଼ି ଦେଲେଣି । ୟୁଏଇ ଓ ସାଉଦି ଆରବ ଭଳି ରାଷ୍ଟ୍ର ଆଉ ପାକିସ୍ତାନକୁ ରୁଣ ଦେବାକୁ ରାଜି ହେଉ ନାହାନ୍ତି । ଅନ୍ୟ ପଟେ ଚୀନ୍ ବି ପାକିସ୍ତାନକୁ ଆର୍ôଥକ ସହାୟତା ଦେବାକୁ ଅମଙ୍ଗ । ତେବେ ଆଗକୁ ପାକିସ୍ତାନ ସ୍ଥିତି କିପରି ରହୁଛି ତାହା ଉପରେ ଏବେ ସମଗ୍ର ବିଶ୍ୱର ନଜର ।

Comments are closed, but trackbacks and pingbacks are open.