କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍

180

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ ।  ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ ଆକାଉଣ୍ଟ୍ ଅଫିସ୍ ଗେଟ୍ କୁ ପିଟିଲା ଫରର୍ଡ । ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି କାନ୍ଥରେ ପିଟିଛନ୍ତି ।  ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । କାର ମାଡରେ କ୍ଷତିଗ୍ରସ୍ତ ହୋଇଛି ଅଫିସ୍ ଗେଟ୍ ଓ କାନ୍ଥ । ଏ ଘଟଣା କୁଆଡେ ପ୍ରଥମ ନୁହେଁ ନିଶାସକ୍ତ ଅବସ୍ଥାରେ ଏହି ଯୁବକମାନେ ବାରମ୍ବାର ଏଭଳି କାଣ୍ଡ କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।  

Comments are closed, but trackbacks and pingbacks are open.