ଭୁବନେଶ୍ଵରରେ ଗଣେଷ ପୂଜା ପାଇଁ ରାଜଧାନୀର ପ୍ରଥମ ପିତଳ ମେଢ଼ର ହେବ ଶୁଭ ଉଦ୍ଘାଟନ

278

ଭୁବନେଶ୍ଵର: ଚଳିତବର୍ଷ ଭୁବନେଶ୍ଵରର ଓଲ୍ଟ ଟାଉନସ୍ଥିତ ପରକରଣ ସାଇର ମା’ ନାରାୟଣୀ ଯୁବକ ସଂଘ ପକ୍ଷରୁ ୩୫ ତମ “ଗଣେଷ ପୂଜା” ପାଳନ କରାଯିବ। ୩୫ ତମ ପୂର୍ତ୍ତି ଅବସରରେ ବିଶେଷ ଆକର୍ଷଣ ରାଜଧାନୀର ପ୍ରଥମ ପିତଳ ମେଢ଼ ଶୁଭ ଉଦ୍ଘାଟନ ହେବାକୁ ଯାଉଅଛି। ଏହି ଦୁର୍ଲଭ ମେଢ଼ କଟକର ଅଭିଜ୍ଞ ତାରକସୀ କାରୀଗର ମାନଙ୍କ ଦ୍ଵାରା ନିର୍ମାଣ କରାଯାଇଅଛି। ଏହି ପିତଳ ମେଢ଼ର ନିର୍ମାଣ ନିମନ୍ତେ ତିନିଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି। ଏହାର ଓଜନ ପାଖାପାଖି ଏକ କ୍ୟୁଇଣ୍ଟାଲ ପଚାଶ କେଜି ହେବ। ଚଳିତବର୍ଷ ଗଣେଶ ପୂଜାରେ ସାତଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ତେବେ ଏନେଇ ସଂଘ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ୨୬ ତାରିଖରେ ଉକ୍ତ ମେଢର ଶୁଭ ଉଦ୍ଘାଟନ ହେବାକୁ ଥିବା ବେଳେ ଅଗଷ୍ଟ ୨୭ ତାରିଖରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥିର କରାଯାଇଛି। ସେହିଭଳି ଅଗଷ୍ଟ ୨୮ ତାରିଖରେ ୩୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଭସାଣି ଶୋଭା ଯାତ୍ରାରେ ସବୁବର୍ଷ ପରି ପାରମ୍ପରିକ ବାଜା ( ସିକାକୋଲମ୍ ) ବାଣ୍ଡ୍ ପାର୍ଟିର ବ୍ୟବସ୍ଥା କରାଯାଇଥିବା ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comments are closed, but trackbacks and pingbacks are open.