ଲଘୁଚାପ ବର୍ଷା ଯୋଗୁଁ ରାଜଧାନୀ ଜଳବନ୍ଦୀ

27

ଲଘୁଚାପ ବର୍ଷା ଯୋଗୁଁ ଆଜି ରାଜଧାନୀ ଭୁବନେଶ୍ୱର ର ହାଲ ବେହାଲ ହୋଇଛି । ରବିବାର ସକାଳୁ ସକାଳୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା Iପ୍ରାୟ ୩ରୁ ୪ ଘଣ୍ଟା ଧରି ଲଗାତାର ବର୍ଷା ଲାଗି ରହିଥିଲା । ଆଉ ବର୍ଷା ଫଳରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳମଗ୍ନ ହୋଇଥିଲା । ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ବର୍ଷା ଓ ନର୍ଦ୍ଦମା ପାଣି ମିଶି ଏକାକାର ହୋଇଯାଇଛି । କେଉଁଠି ଲୋକଙ୍କ ଘରେ ପାଣି ପଶିଗଲା ତ କେଉଁଠି ରାସ୍ତାରେ କାର୍‌, ଅଟୋ ଆଦି ଭାସିଲା ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେଇଥିବାରୁ ଗାଡି ମୋଟର ଯାଇ ନ ପାରି ରାସ୍ତାରେ କଡରେ ଅଟକି ରହିଥିଲେ I ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବସ୍ତିଠୁ ‌ନେଇ କଲୋନି ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ବି ଏକରକମ ଜଳବନ୍ଦୀ କରିଦେଇଛି । ଆଜିର ବର୍ଷାରେ ନୂଆପଲ୍ଲୀ ସ୍ଥିତ ଇସ୍କନ୍ ମନ୍ଦିର ସମ୍ମୁଖରେ ଚିରାଚରିତ ଢ଼ଙ୍ଗରେ କୁତ୍ରିମ ନଦୀର ଆକାର ଧାରଣ କରିଛି।

ପରେ ବର୍ଷା କମିଲା ପରେ ଏସବୁ ସ୍ଥାନରୁ ଜଳ ନିଷ୍କାସନ କରାଯାଇଥିଲା ।ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ରବିବାର ସକାଳେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପା‌ତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳ ଉପରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୀ, ‌ଖୋର୍ଧା‌, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା‌, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୬ଟି ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ , କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଦିଆଯାଇଛି । ତେବେ ୮ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ମୟୁରଭଞ୍ଜ ଏବଂ ବାଲେଶ୍ୱରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.