ପୁଣି ଅଶାନ୍ତ ହେଲା ରାଜଧାନୀ : ରାସ୍ତା ମଝିରେ ଯୁବକଙ୍କୁ ଛୁରୀଭୁସି ହତ୍ୟା

36

କିଛିଦିନ ର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଛି ରାଜଧାନୀ I ରାସ୍ତା ମଝିରେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ କେକ୍ ଖାଇବାକୁ ନେଇ ସହିଦନଗର ଥାନା ସୈନିକ ସ୍କୁଲ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଛୁରୀ ଭୁସି ଯୁବକ ଙ୍କୁ ହତ୍ୟା କରାଯାଇଛି ଏବଂ ଏହି ଗଣ୍ଡଗୋଳ ରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି I ମିଳିଥିବା ସୂଚନା ମୁତାବକ, ଦୁର୍ବୃତ୍ତମାନେ ଦୁଇ ଜଣ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିବାବେଳେ, ତାଙ୍କୁ ଛୁରା ମାଡ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.