ଗଞ୍ଜେଇ ମାଫିଆ ରାଧାକାନ୍ତ ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ

25

ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଗାଁର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ଏକ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଗଜପତି ପୋଲିସ । ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର ଗ୍ରାମର ଆଙ୍କୁଲି ସ୍ଥିତ ଲକ୍ଷ୍ମୀ ନଗରରେ ଘରକୁ ମିଶାଇ ଦୁଇଟି ଘର ସହ ଗୋଟିଏ ଦାମୀ କାର ଓ ଏକାଧିକ ବ୍ୟାଙ୍କ ଏକାଉଣ୍ଟକୁ ସିଜ କରି ନିଜ ଅକ୍ତିଆରକୁ ଆଣିଛି ପୋଲିସ। ଏହା ବାଦ ବିଭିନ୍ନ ସ୍ଥାନରେ ୧ କୋଟି ୧୮ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ ଅଡବା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ଏନଡିପିଏସ କଂପିଟିଟିଭି ଅଥୋରିଟି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ।


ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗତ ୫ ବର୍ଷ ମଧ୍ୟରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରି ବେଆଇନ ଭାବେ ଦିଲ୍ଲୀ, ଚେନ୍ନାଇ, ସୁରତ , କେରଳ, ଗୋଆ, ବିହାର, ତାମିଲନାଡୁ ଆଦି ବିଭିନ୍ନ ରାଜ୍ୟ ସମେତ ଓଡିଶାର ବିଭିନ୍ନ ସହରକୁ ଚୋରା ଚାଲାଣ କରି ଆସୁଥିଲା। ସମ୍ପୃକ୍ତ ଅଭିଯୁକ୍ତ ରାଧାକାନ୍ତଙ୍କ ନାମରେ ଗଜପତିରେ ୧୦, ରାୟଗଡ଼ାରେ ୩ ଓ ଦିଲ୍ଲୀରେ ଗୋଟିଏ ଅପରାଧିକ ମାମଲା ରହିଛି। ବିଭିନ୍ନ ସମୟରେ ପୁଲିସକୁ ଚକମା ଦେଖାଇ ରାଧାକାନ୍ତ ଖସି ଯାଉଥିଲା। କିନ୍ତୁ ସେ କର୍ଣ୍ଣାଟକ ରାଜ୍ୟର ମଇଶୁର ସହରରେ ରହୁଥିବାର ଖବର ପାଇ ଅଡବା ପୁଲିସ ଗତ ୨୦୨୧ ମାର୍ଚ୍ଚ ମାସରେ ମଇଶୁର ଯାଇ ତାକୁ ଗିରଫ କରିଥିଲା। ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରତ୍ସାହନ ଯୋଗାଇବା ସହ ଗଞ୍ଜେଇ ଚୋରା କାରବାରରେ କିଙ୍ଗପିନ ସାଜିଥିଲା ରାଧାକାନ୍ତ ।

Comments are closed, but trackbacks and pingbacks are open.