ଘାଟିରେ ବସ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

26

ବୌଦ୍ଧ : ଘାଟି କାଟି ନ ପାରି କେନାଲ ଭିତରକୁ ଝୁଲନ୍ତା ଅବସ୍ଥାରେ ରହିଲା ଯାତ୍ରୀବାହୀ ବସ I ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ବସ ଘଟିଛି ସାରଳା ନାମକ ଏହି ଯାତ୍ରୀବାହୀ ବସ ଦୁର୍ଘଟଣା । ତେବେ ର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଆଜି ଭୋର ସମୟରେ ଶାରଳା ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ମାଧପୁର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କେନାଲକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି I ତେବେ ଆହତ ହୋଇଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ବି ବସ୍‌ଟି କେନାଲରେ ଝୁଲି ରହିଛି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତ ବସ ଯାତ୍ରୀ।

ସେପଟେ ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି । ସାମାନ୍ୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଆଡେନିଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଛି ।

Comments are closed, but trackbacks and pingbacks are open.