ଆସନ୍ତା ୨୫ରୁ ଆରମ୍ଭ ହେବ ବିଧାନସଭା ,୩୦ ରେ ବଜେଟ ଉପସ୍ଥାପନ

29

ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହା ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟ ପାତ୍ର ପ୍ରଥମେ ନିଜର କୋଭିଡ ପରୀକ୍ଷା କରିଛନ୍ତି । ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାବାଦ ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ନିଜ ନିଜ କ୍ଷେତ୍ରରେ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ସେମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ କରି ରିପୋର୍ଟ ଦେଇପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.