ବନ୍ଦ ଫ୍ଲାଟ ରୁ ମିଳିଲା ମା’ଓ ଦୁଇ ଝିଅ ଙ୍କ ମୃତଦେହ

25

ଦିଲ୍ଲୀ ବସନ୍ତ ବିହାରର ଅଂଚଳ ର ଏକ ଫ୍ଲାଟ ରୁ ଉଦ୍ଧାର ହେଲା ମା’ଓ ଦୁଇ ଝିଅ ଙ୍କ ମୃତ ଦେହ I ଦୁଇ ଦିନ ଧରି ଉକ୍ତ ଘର ଟି ବନ୍ଦ ଥିବା ଏବଂ ଘରୁ କୌଣସି ଶବ୍ଦ ଆସୁ ନ ଥିବା ଦେଖି ପଡୋଶୀ ମାନେ ପୋଲିସ କୁ ଖବର ଦେଇଥିଲେ I ଘଟଣା ସ୍ଥଳରେ ପୋଲିସ ପହଂଚି କବାଟ ଭାଙ୍ଗି ଘର ଭିତରେ ପଶି ଥିଲେ I ଆଉ ଘରର କବାଟ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁଲିସ ଅଧିକାରୀ।

ଘର ଭିତରେ ମିଳିଥିଲା ତିନି ମୃତଦେହ। ମାଆ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ପାଖରୁ ଏକ ସୁସାଇଡ୍ ନୋଟ୍ ଜବତ କରାଯାଇଛି। ତଦନ୍ତ ରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି I

ଦିଲ୍ଲୀ ସାଉଥ୍ ୱେଷ୍ଟ ଡିସିପିଙ୍କ ସୂଚନା ଅନୁସାରେ ମୃତ ମହିଳା ମଞ୍ଜୁ ଓ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁଙ୍କର ମୃତଦେହ ବିଛଣାରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି। ରୁମର କବାଟ ଭିତରୁ ଦିଆଯାଇଥିବା ବେଳେ ସମସ୍ତ ଝରକା ବନ୍ଦ ଥିଲା। ତେଣୁ ଅଣନିଶ୍ୱାସୀ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ବୋଲି ଡିସିପି କହିଛନ୍ତି। ଏହାପରେ ଆଉଟିକେ ଖୋଲତାଡ଼ କରିବା ପରେ ଘରେ ଫାୟାର ପ୍ଲେସ୍‌ରେ ନିଆ ଜଳୁଥିଲା ଓ ଗ୍ୟାସ୍ ଅଳ୍ପ ଖୋଲା ହୋଇ ରହିଥିବା ଦେଖିବାକୁ ମିଳିଥିଲା ବୋଲି ଡିସିପି ସୂଚନା ଦେଇଛନ୍ତି।

ପୁଲିସର ସୂଚନା ଅନୁସାରେ ଗତବର୍ଷ ୨୦୨୧ରେ ମହିଳାଙ୍କ ସ୍ୱାମୀଙ୍କର କୋଭିଡ୍‌ ମୃତ୍ୟୁ ହୋଇଥିଲା। ସେବେଠାରୁ ପରିବାର ବିଶାଦରେ ଦିନ କାଟୁଥିଲେ। ମଞ୍ଜୁ ଅସୁସ୍ଥ ହୋଇ ବିଛଣାରେ ପଡ଼ି ରହୁଥିଲେ। ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବି ସନ୍ଦେହ କରାଯାଉଛି। ତେବେ ପୁଲିସ ତିନି ମୃତଦେହ ଶବବ୍ୟଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.