ଜୋର ଧରୁଛି ବିଏମ୍ସି ନିର୍ବାଚନ ପ୍ରଚାର,ତା ସାଙ୍ଗକୁ ଦେଖା ଦେଲାଣି ନିର୍ବାଚନୀ ହିଂସା

22

ରାଜ୍ୟରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ I ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ଥିବାବେଳେ ,ବିଭିନ୍ନ ଦଳ ର ପ୍ରାର୍ଥୀ ମାନଙ୍କ ପ୍ରଚାରରେ କମ୍ପିଲାଣି ରାଜଧାନୀ ଭୁବନେଶ୍ୱର । ଚଳିତ ବର୍ଷ ୩ ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ମଧ୍ୟରେ ପ୍ରଚାର ଜୋରଦାର ହେଉଛି । ସବୁ ଦଳର ପ୍ରାର୍ଥୀମାନେ ଭୋଟ ହାତେଇବାକୁ ନିଜ ସ୍ତରରେ ଉଦ୍ୟମ କରିଛନ୍ତି । ଦିନ ରାତିକୁ ଏକ କରି ପ୍ରାର୍ଥୀମାନେ ଭୋଟଙ୍କ ନିକଟତର ହେବା ସହ ସେମାନଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରିଛନ୍ତି ।ୱାର୍ଡ ମେମ୍ବର ,କର୍ପୋରେଟର ପ୍ରାର୍ଥୀ ଙ୍କ ପ୍ରଚାର ସହିତ ସବୁଠୁ ଆଗରେ ରହିଛନ୍ତି ଭୁବନେଶ୍ୱର ର ମେୟର ପ୍ରାର୍ଥୀ ଙ୍କ ପ୍ରଚାର I ତେବେ ବିଜେଡି ର ମେୟର ପ୍ରାର୍ଥୀ ଶ୍ରୀମତୀ ସୁଲୋଚନା ଦାସ ଘରକୁ ଘର ବୁଲି ପ୍ରଚାର କରିବା ସାଙ୍ଗକୁ ,ବିଭିନ୍ନ ପାର୍କ , ରାଜଧାନୀରେ ଥିବା ବସ୍ତି ଗୁଡିକରେ ସଭା କରି ପ୍ରଚାର ଚଳାଇଛନ୍ତି । ତେବେ ଭୁବନେଶ୍ୱରରେ ପ୍ରାର୍ଥୀମାନଙ୍କ ପ୍ରଚାର ସହିତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟଣା ମଧ୍ୟ ସାମ୍ନା କୁ ଆସିଛି I
କେଉଁଠି ପୋଷ୍ଟରମରାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟୁଛି ତ ଆଉ କେଉଁଠି କଥା କଟାକଟି ହୋଇ କର୍ମୀଙ୍କ ମଧ୍ୟରେ ମାର୍ ପିଟ୍ ହେଉଥିବା ଏବେ ଦେଖିବାକୁ ମିଳିଲାଣି । ଏବେଠାରୁ ଭୋଟ୍ ଗ୍ରହଣ ପର୍ଯ୍ୟନ୍ତ ଏହା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି । ଏବେ ବଢୁଛି ହିଂସାକାଣ୍ଡ, ଚିନ୍ତାରେ ପୋଲିସ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର କିଛି ସମ୍ବେଦନଶୀଳ ୱାର୍ଡରେ ପୋଲିସ ଫ୍ଲାଗ୍ମାର୍ଚ୍ଚ ଆରମ୍ଭ କରିବା ସହ ହିଂସାକାଣ୍ଡ ରୋକିବା ଉପରେ ତୀକ୍ଷ୍ମ ନଜର ରଖିଛି । ସଂଧ୍ୟା ପ୍ରହରରୁ ରାତ୍ର ତମାତ ସହରର ଗଳି କନ୍ଦି ଓ ଛକ ଗୁଡିକରେ ପୋଲିସ ପଇତରା ମାରୁଛି ।
ଆସନ୍ତା ୨୪ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଏହା କି ରି ଶାନ୍ତି ଶୃଙ୍ଗଳାରେ ସମାପନ ହେବ ସେ ଦିଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନିର୍ବାଚନ ମଇଦାନକୁ ଚଳିତ ବର୍ଷ ୧୨ ମେୟର ପ୍ରାର୍ଥୀ ଓହ୍ଲାଇଥିବାବେଳେ ଏବେ ସେମାନେ ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ନେବା ସହ ଭୋଟ୍ ଭିକ୍ଷା କରୁଛନ୍ତି । ୬୭ ୱାର୍ଡରେ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ଦିନକୁ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କ ସାଥିରେ ରହି ଭୋଟ୍ ଭିକ୍ଷା କରୁଛନ୍ତି । ତେବେ ସମୟ କହିବ କାହା ମୁଣ୍ଡରେ ବିଜୟର ଟିକା ଲାଗିବ ।

Comments are closed, but trackbacks and pingbacks are open.