ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍‌

19

ଡ. ସୁନୀତି ମୁଣ୍ଡ ହେଲେ ବିଜେପି ଦଳ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ତାଙ୍କ ନାଁ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି।
ଭୁବନେଶ୍ୱର ମେୟର ପାଇଁ ମେୟର ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଶ୍ରୀମତୀ ସୁନୀତି ମୁଣ୍ଡ୍ କହିଛନ୍ତି ବର୍ତ୍ତମାନ ପ୍ରତିଶ୍ରୁତି ନୁହେଁ,ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ର ସମୟ I ମୁଁ ସବୁବେଳେ ଲୋକଙ୍କ ସହ ରହିଆସିଛି । ଆଉ ଆଜି ଭାରତୀୟ ଜନତା ପାର୍ଟି ମୋତେ ଏକ ସୁନ୍ଦର ପ୍ଲାଟଫର୍ମ ଦେଇଥିବାରୁ, ଲୋକଙ୍କ ସେବା କରିବାର ସୁଯୋଗ ପାଇବି “। “ମୁଁ ପ୍ରତିଶ୍ରୁତି ଦେବିନି, ପ୍ରତିଶ୍ରୁତି ବହୁତ ହୋଇଗଲାଣି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମେୟର ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଏବେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଆଉ ଏବେ ବିଜେପି ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ।

Comments are closed, but trackbacks and pingbacks are open.