୨୦୨୨ ରାଜ୍ୟସଭା ନିର୍ବାଚନ ପାଇଁ ୪ ରାଜ୍ୟ ପାଇଁ ପ୍ରାର୍ଥୀ ଚୟନ କଲା ବିଜେପି

110

ଚଳିତ ବର୍ଷ ରାଜ୍ୟସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଆସାମରୁ ପବିତ୍ରା ମାର୍ଗରିଟା, ହିମାଚଳ ପ୍ରଦେଶରୁ ଡା.ସିକନ୍ଦର କୁମାର, ନାଗାଲାଣ୍ଡରୁ ଏସ.ଫେଗନୋନ କୋୟନକ ଏବଂ ତ୍ରିପୁରାରୁ ଡା.ମାଣିକ ଶାହଙ୍କ ନାଁ ଘୋଷଣା କରିଛି ଦଳ।
ଏହାସହ ଦଳ ପଶ୍ଚିମବଙ୍ଗ ଲୋକସଭା ଉପନିର୍ବାଚନ ଏବଂ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିହାର ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ପାଇଁ ବିଜେପି ଅଗ୍ନିମିତ୍ର ପଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ବଲ୍ଲିହୁଙ୍ଗେ ବିଧାନସଭାରୁ କେୟା ଘୋଷଙ୍କୁ ପ୍ରାର୍ଥୀ କରିଛି ଦଳ।

ବିହାର ବୋଚହାଁ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ବେବୀ କୁମାରୀ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ପାଇଁ ସତ୍ୟଜିତ୍ ଶିବାଜୀରାଓ କଦମଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ବିଜେପି

Comments are closed, but trackbacks and pingbacks are open.