ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଳକା ମହାନ୍ତି ଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

27

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ I ସ୍ବର୍ଗତଃ ବିଧାୟକ କିଶୋର ମହାନ୍ତି ଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ।
ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନଟି ଖାଲି ପଡିଥିଲା । ମେ ୩୧ରେ ହେବାକୁ ଥିବା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ମଧ୍ୟ ଏହି ରେସରେ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାମ ଉପରେ ମୋହର ମାରିଛନ୍ତି।
ଆଜି ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ ।
ସେହିପରି ଗତ କାଲି ବିଜେପି ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ୨୦୧୪ରେ ବିଜେପିରୁ ବ୍ରଜରାଜନଗର ବିଧାୟିକା ଥିବା ରାଧାରାଣୀ ପଣ୍ଡାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ବିଦ୍ଧିବଦ୍ଧ ଭାବରେ ପ୍ରାର୍ଥୀତ୍ବ ଘୋଷଣା କରାଯାଇ ନାହିଁ I

Comments are closed, but trackbacks and pingbacks are open.