୩ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

23

ବିଜେଡି ର ମେୟର ପ୍ରାର୍ଥୀ ଘୋଷଣା I ଆସନ୍ତା ୨୪ ତାରିଖ ରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୩ ଟି ପ୍ରମୁଖ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ଦଳ ପକ୍ଷରୁ ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ । ଏହା ସହ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ । ସେହପିରି ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ତେବେ ଏହା ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ।

ଗତ ୨୦୧୭ ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା ହେବI ପରେ ସୁଲୋଚନା ଦାସ ବିଜୁ ଜନତା ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ବିଜେଡି ଦଳ ପକ୍ଷରୁ କଟକ ମେୟର ପ୍ରାର୍ଥୀ ହୋଇଥିବା ସୁବାସ ସିଂ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ରହିଥିବା ବେଳେ ତାଙ୍କର କାର୍ଯ୍ୟକାଳ ଆଉ ୪ ବର୍ଷ ବାକି ରହିଛି I ସେହିଭଳି ବ୍ରହ୍ମପୁର ମେୟର ପ୍ରାର୍ଥୀ ଘୋଷଣା ହୋଇଥିବା ସଂଘମିତ୍ରା ଦଳେଇ ବର୍ତ୍ତମାନ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି ଇ ତେବେ ଆସନ୍ତା ୭ ତାରିଖରେ ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେ​ଷ ଦିନ ହୋଇଥିବା ବେଳେ ଖୁବ ଶୀଘ୍ର କର୍ପୋରେଟର ​ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ଆଶା କରାଯାଉଛି।

Comments are closed, but trackbacks and pingbacks are open.