କ୍ୟାପିଟାଲ ଥାନା ଘେରାଉ କଲା ବିଜେପି

21

କେନ୍ଦ୍ର ସରକାର ଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବେଜେଡି ତରଫରୁ ରାଜ୍ୟପାଳ ଙ୍କ ଭବନ ସମ୍ମୁଖରେ ବିଶାଳ ଗଣସମାବେଶ ର ଆୟୋଜନ କରାଯାଇଥିବା ବେଳେ, ସେପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରି ବିଜେପି ଭୁବନେଶ୍ୱର କ୍ୟାପିଟାଲ ଥାନା ଘେରାଉ କରିଛି I
ରାଜ୍ୟରେ ଦିନକୁ ଦିନ ମମିତା ହତ୍ୟାକାଣ୍ଡ ମାମଲାରେ ରାଜନୀତି ସରଗରମ ହେଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଭୁବନେଶ୍ୱର କ୍ୟାପିଟାଲ ଥାନା ଘେରାଉ କରାଯାଇଛି ।।
ଏଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ମମିତାଙ୍କ ପରିବାରକୁ ନ୍ୟାୟ ଦାବି କରିଛନ୍ତି । ଏହା ପରେ ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନରେ ଏତଲା ଦିଆଯାଇଛି । ପୁରା ମାମାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ଦଳ ।
ସେପଟେ ରାତିଅଧିଆ ବିଜେଡି ଝରନିରେ ପହଂଚି ପଡୋଶୀଙ୍କ ଘରେ ଥିବା ମମିତାଙ୍କ ଭାଇ ବଂଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ସହିତ ଘଟଣା ଘଟିବାର ଏତେଦିନ ପରେ ମମିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିଜେଡି ନେତା ।

Leave A Reply

Your email address will not be published.