ପ୍ରଥମ ଦିନ ଭୋଟ ଗଣତିରେ ବିଜେଡି ବହୁ ଆଗୁଆ

16

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଭୋଟ ଗଣତି ଆଜି ଠାରୁ ଆରମ୍ଭ ହୋଇ ଯାଇଛି ଇ ତିନି ଦିନ ଧରି ଭୋଟ ଗଣତି ଚାଲି ଆସନ୍ତା ୨୮ ତାରିଖ ଦିନ ସରିବ । ଏଥିପାଇଁ ଭୋଟ ଗଣତି ସ୍ଥାନ ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ତେବେ ପ୍ରଥମ ଦିନର ମୋଟ ୩୧୫ ଟି ଜୋନ୍‌ର ଗଣତି ହେବ । ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟର ତଥ୍ୟ ହାସଲ ହୋଇଛି । ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଛି । ବିଜେଡି ୨୬୭ ଟି ଜୋନ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ୨୯ଟି ଜୋନ୍‌ରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୧୪ଟି ଜୋନ୍‌ରେ ଆଗୁଆ ରହିଥିବା ବେଳେ ସେହିଭଳି ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ୬ ଆସନରେ ଆଗରେ ରହିଛନ୍ତି ।ଏନେଇ ରାଜ୍ୟ ନିର୍ବାଚନ ନିର୍ବାଚନ କମିଶନଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି ।
ସେପଟେ, କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛନ୍ତି ଭୋଟର । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୧୩୨୮ ଭୋଟରେ ଆଗୁଆ ରହିଥିବା ବେଳେ ।ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ୧୭୯୬ ଭୋଟ,ଏବଂ ଟିକାଇ ଗେମେଲଙ୍କୁ ୩୧୨୪ ଭୋଟ ମିଳିଛି ।

Comments are closed, but trackbacks and pingbacks are open.