ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି

41

ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି I ପୌର ନିର୍ବାଚନର ଭୋଟ ଗଣତି ସାରି ନ ଥିବାବେଳେ ପ୍ରାରମ୍ଭିକ ଫଳାଫଳ ଅନୁସାରେ ବ୍ରହ୍ମପୁର ମେୟର ବିଜେଡି ଅକ୍ତିଆର କରିଛି I ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ହଜାର ୨୬୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ସବିତା ସୁଆରଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି ।
ତେବେ ସେଠାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ କିଏ ଜିତିବ, ତାହା କହିବା ମୁସକିଲ ହୋଇଥିଲା । ଶେଷରେ ସଂଘମିତ୍ର ଦଳେଇ ଏଥିରେ ବାଜି ମାରିଛନ୍ତି । ଅନ୍ରପଟେ ସଂଘମିତ୍ରା ଦଳେଇ ପୂର୍ବରୁ ୩ ଲଗାତାର ଭାବେ କର୍ପୋରେଟର ହୋଇଥିଲେ ଓ ବିଜେଡିର ମହିଳା ସଭାନେତ୍ରୀ ମଧ୍ୟ ରହିଥିଲେ ।

ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା । ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର । ମହାନଗର ନିଗମ ବାସିନ୍ଦା ମୋତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବ୍ରହ୍ମପୁରରେ ଉନ୍ନତି ମୂଳକ କାର୍ଯ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରର ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ ।
ସୂଚନାଯୋଗ୍ୟ, ସଂଘମିତ୍ରା ଦଳେଇ ୨୦୦୩ ମସିହାରେ କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ପୁଣି ୨୦୦୮ରେ ବି କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୧ରେ ସଂଘମିତ୍ରା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ୨୦୧୩ରେ ବିଜେଡି ଟିକେଟରେ ଜିତି ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ। ସଂଘମିତ୍ରା ଦଳେଇ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ ।

ଗତଥର ବ୍ରହ୍ମପୁର ମ୍ୟୁନିସିପାଲିଟି ପାଇଁ ନିର୍ବାଚନ ହୋଇଥିଲା । ୪୦ଟି ୱାର୍ଡରୁ ୨୪ଟି ଜିତି ଅଧ୍ୟକ୍ଷ ପଦ ବିଜେଡି ହାତେଇଥିଲା । ବିଜେପି ଆଦୌ ଖାତା ଖୋଲିନଥିବା ବେଳେ କଂଗ୍ରେସ ୧୫ଟି ପାଇଥିଲା । ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲେ ସ୍ୱାଧୀନ ପ୍ରାର୍ଥୀ ।

Comments are closed, but trackbacks and pingbacks are open.