ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ, ଗୃହ ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ କରାଯିବ

21

ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ହେଉଛି ଦେଶର ଶ୍ରେଷ୍ଠ ପୋଲିସ ଏକାଡେମୀ I ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଛରେ ପକାଇ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଏହି ସମ୍ମାନ ହାସଲ କରିଛି । । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବI ସହିତ ସମ୍ମାନଜନକ ଟ୍ରଫି ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ I ଗେଜେଟେଡ୍ ଅଫିସରଙ୍କ ପ୍ରଶିକ୍ଷଣରେ ଦେଶର ଶ୍ରେଷ୍ଠ ପ୍ରଶିକ୍ଷଣ କେନ୍ଦ୍ରର ମାନ୍ୟତା ହାସଲ କରିଛି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ । ସିଏପିଏଫ୍ ଏବଂ ସିପିଓ ବର୍ଗରେ(କେନ୍ଦ୍ରୀୟ ଫୋର୍ସ) ଗେଜେଟେଡ ଅଫିସର ଟ୍ରେନିଙ୍ଗରେ ସିଆଇ ଏସଏଫ୍ ଏନଆଇଏସଏ ହାଇଦ୍ରାବାଦ ଏକ ନମ୍ବର ସ୍ଥାନରେ ରହିଛି । ଏହି ତାଲିକାରେ ଅଣ ଗେଜେଟେଡ ଅଫିସର ପ୍ରଶିକ୍ଷଣରେ ହରିୟାଣା ଏବଂ ଅନ୍ୟାନ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ଓଡ଼ିଶାର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଣ ଗେଜେଟେଡ ଟ୍ରେନିଂରେ ମହାରାଷ୍ଟ୍ର ପ୍ରଥମ ରହିଛି । ସମାନ ଭାବରେ ଅନ୍ୟାନ୍ୟ ପଦବୀ ଏବଂ କନଷ୍ଟେବଳ ପ୍ରଶିକ୍ଷଣରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନରେ ରହିଛି ।

Leave A Reply

Your email address will not be published.