ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସରକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ୍‌

18

ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉଜଣେ କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ୱର ର କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍ ଫୋର୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭଜିଳାନ୍ସ ରେଡ କରିଛି ଇ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଅଜୟ କୁମାର ମିଶ୍ରଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ତାଙ୍କର ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ସମେତ ଏକକାଳୀନ ୬ଟିସ୍ଥାନରେ ରେଡ୍ ଚାଲିଛି । ତେବେ ରେଡ୍‌ ହୋଇଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ବରସ୍ଥିତ R & B ଡିଭିଜନ୍‌-IV ସ୍ଥିତ ଅଫିସ, ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟ, ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ଥିବା ତିନି ମହଲା ଘର, ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନି ମହଲା ବିଶିଷ୍ଟ ପ୍ଲଟ୍‌, ଢେଙ୍କାନାଳ ସଦର ଏଳସୁଆ ମଉଜା ସ୍ଥିତ ବିଲ୍ଡିଂ, ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ପୈତୃକ ଘରେ ରହିଛି ତେବେ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୫ ଜଣ ଡିଏସ୍‌ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ ସମସ୍ତ ସମ୍ପତି ର ଆକଳନ କରାଯାଇ ପାରିନାହିଁ I

ଅନ୍ୟପକ୍ଷରେ ଏହି ଚଢ଼ାଉ ସମ୍ପର୍କରେ ଶ୍ରୀଯୁକ୍ତ ଅଜୟ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ I ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କୁ ଚାନ୍ଦା ନ ଦେବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଫସାଇ ଦିଆଯାଇଛି I

Comments are closed, but trackbacks and pingbacks are open.