ବାଲି ମାଫିଆ ଙ୍କ ସହ ସମ୍ପୃକ୍ତି ଅଭିଯୋଗ ରେ ବଡ଼ସାହି ତହସିଲଦାର ନିଲମ୍ବିତ

27

ବାଲି ଚୋରା ଚାଲାଣ ଅଭିଯୋଗ ରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲଦାର ନିଲମ୍ବିତ I ତଦନ୍ତ ରିପୋର୍ଟ ରୁ ଏହା ଜଣା ପଡିବା ପରେ ବର୍ତ୍ତମାନ ୧ ସପ୍ତାହ ରୁ ଉର୍ଧ୍ଵ ହେବ ନିଖୋଜ ଅଛନ୍ତି ତହସିଲଦାର ମମତାଜ ମହାରଣା I
ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ। ଏହି ବାଲି ଚୋରା କାରବାରରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସମ୍ପୃକ୍ତ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଥିଲେ ଏନଜିଟି। ଏ ନେଇ ମମତାଜ ଙ୍କ ନାଁ ରେ ନୋଟିସ ଜାରି କରାଯାଇଥିଲା I ତେବେ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ଉପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

Comments are closed, but trackbacks and pingbacks are open.