ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ବିଧାନସଭା, ସର୍ବଦଳୀୟ ବୈଠକ ଡକିଲେ ବାଚସ୍ପତି

27

ଚଳିତ ଥର ମାତ୍ର ୮ ଦିବସୀୟ ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ବସୁଛି ୱିକିନ୍ତୁ ଦେଖାଯାଇଛି ବିଧାନସଭା ଆରମ୍ଭ ରୁ ହିଁ ଗୃହ ରେ ପ୍ରବଳ
ହଟ୍ଟଗୋଳ ସହିତ ନାରାବାଜି ରେ ଗୃହ କାର୍ଯ୍ୟ ଠିକ ରେ ଚାଲିପାରୁ ନାହିଁ I ଫଳରେ ଗୃହକୁ ମୁଲତବୀ ରଖୁଛନ୍ତି ବାଚସ୍ପତି Iଗତଦୁଇ ଦିନ ବିଧାନ ସଭା ଠିକ୍‌ରେ ଚାଲିପାରିନଥିବା ବେଳେ ଆଜି ମଧ୍ୟ ଗୃହରେ ବିରୋଧୀ ହଟ୍ଟଗୋଳ କରି ଗୃହ ଚଲାଇବାକୁ ଦେଇନାହାନ୍ତି । ସେଥିପାଇଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଏଥି ସହିତ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି । ଅପରାହ୍ନ ୪.୩୦ରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି ।
ତେବେ ଆଜି ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଥିଲା । ପ୍ରଶ୍ନକାଳ ମଧ୍ୟ ଚାଲିପାରିଲାନି । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ଗତକାଲି ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ହେଲେ କାହିଁକି ଏହା ଉପରେ ଆଲଚୋନା କରାଗଲା ନାହିଁ ତାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଯୋଗୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ।ତେଣୁ ଏନେଇ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

Leave A Reply

Your email address will not be published.