ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ : ବାଚସ୍ପତି
ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ । ବଜେଟ୍ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗତକାଲି ଠାରୁ ଆରମ୍ଭ ହୋଇଛି ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ । ପରବର୍ତ୍ତୀ ବିଧାନସଭା ଟିଭି ଆରମ୍ଭ ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ବିଧାନସଭା ଟିଭିରେ ବିଧାନସଭା ସଂକ୍ରାନ୍ତୀୟ ଖବର ପ୍ରସାରଣ ହେବ । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ।
Comments are closed, but trackbacks and pingbacks are open.