ଭାରତୀୟ ରେଳ ବିଭାଗର ଗୁଟଖା ଦାଗ ସଫା କରିବାକୁ ବାର୍ଷିକ ଖର୍ଚ୍ଚ ହେଉଛି ୧୨୦୦ କୋଟି ଟଙ୍କା

27

ଏକ ପରିସଂଖ୍ୟାନ ଅନୁଯାୟୀ ଜଣାପଡିଛି ଯେ ଭାରତୀୟ ରେଳ ବିଭାଗ ପ୍ରତିବର୍ଷ ଷ୍ଟେସନ ଓ ରେଳ ମଧ୍ୟରେ ଗୁଟଖା ଛେପର ଦାଗ ସଫା କରିବାକୁ ଆନୁମାନିକ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି । କେବଳ ଟଙ୍କା ନୁହେଁ ଏହାକୁ ସଫା କରିବାକୁ ଲକ୍ଷ ଲକ୍ଷ ଲିଟର ପାଣି ବି ବ୍ୟବହାର କରାଯାଉଛି । ଦେଶରେ ରେଳ ଷ୍ଟେସନ ଓ ରେଳ ଗାଡି ସଂଖ୍ୟା ସହ ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ଖର୍ଚ୍ଚର ପରିମାଣକୁ ବିଶ୍ୱାସ କରାଯାଇପାରେ । କରୋନା କାଳରେ ଲୋକଙ୍କୁ ସଫା ସୁତରା ରହିବାକୁ ବିଶେଷ ପରାମର୍ଶ ଦିଆଯାଇଥିଲା । ହେଲେ ଲୋକମାନେ ତାଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିପାରି ନାହାଁନ୍ତି । କିନ୍ତୁ ବର୍ତମାନ ରେଳ ବିଭାଗ ତରଫରୁ ରେଳ ଷ୍ଟେସନରେ ରଖାଯାଇଥିବା ପିକଦାନରେ ବୋର୍ଡିଂ ମେସିନ କିମ୍ବା କିଓସ୍କୋ ଲଗାଇବାର ବ୍ୟବସ୍ଥା କରିଛି । ଏବେ ଆପଣ ଗୁଟଖା କିମ୍ବା ପାନ ଖାଇବା ବେଳେ ଛେପ ପକାଇବାକୁ ପିକଦାନ ପାଉଚ୍ କିଣିପାରିବେ । ଯାହାର ଦାମ ୫-୧୦ ଟଙ୍କା ମଧ୍ୟରେ ରହିବ । ଏବେ ୪୨ ଟି ଷ୍ଟେସନରେ ଏହି ଷ୍ଟଲ ଲଗାଇବାକୁ ଯୋଜନା କରିଛି ରେଳ ବିଭାଗ ।
ରେଳ ବିଭାଗ ଆଶା କରିଛି କି ଏହି ଯୋଜନା ଆରମ୍ଭ ହେବା ପରେ ଲୋକମାନେ ଛେପ ପକାଇବାକୁ ଏହି ପାଉଚ୍ କିଣି ବ୍ୟବହାର କରିବେ । ଫଳରେ ସର୍ବ ସାଧାରଣ ସ୍ଥାନଗୁଡିକ ଅପରିସ୍କାର ହେବାରୁ ବଞ୍ଚିଯିବ ।

Leave A Reply

Your email address will not be published.