ଚାଷୀଙ୍କ ଖାତାକୁ ଗଲା ଇନପୁଟ ସହାୟତା ରାଶି

99

ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା ଇନପୁଟ ସହାୟତା ରାଶି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବରଗଡ଼ ଜିଲ୍ଲା ସୋହେଲାରେ ଅନୁଷ୍ଠିତ ଏକ କାର୍ଯ୍ୟକରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରାଯାଇଛି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାର ଏହି ସୋହେଲାରେ ହିଁ ୧୦୦ ଟଙ୍କା ବୋନସ ପ୍ରତିଶ୍ରୁତି ଦେଇଥିଲେ । ୨୦୧୬ରେ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା । ତେଣୁ ସେହି ସୋହେଲାରେ ବିଜେପି ସରକାର ୮୦୦ ଟଙ୍କା ଇନପୁଟ ସହାୟତା ଦେଇଛନ୍ତି । ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରି ଦେଖାଇଛୁ । ନୂଆ ସରକାର ପ୍ରତିଶ୍ରୁତି ପୂରଣ କରୁଥିବାରୁ ବିଜେଡିକୁ କଷ୍ଟ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.