ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି । କାରାବରଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ ଦୁଇଗୁଣା କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ଏଣିକି ୧୦ ହଜାର ବଦଳରେ ୨୦ ହଜାର ପାଇବେ । କାରାବରଣ କରିନଥିଲେ ୯ ହଜାର ବଦଳରେ ପାଇବେ ୧୫ ହଜାର । ଜାତୀୟ ପେନସନ ପାଉଥିବା ସଂଗ୍ରାମୀ ୮ ହଜାର ବଦଳରେ ୧୦ ହଜାର ପାଇବେ । ସେହିପରି ମିସା ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ୨୦ ହଜାର ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି ।
Comments are closed, but trackbacks and pingbacks are open.