କ୍ୟାନସର ପରେ ବାହାରିଲା ଏଡ଼ସ ଟୀକା ,ମାତ୍ର ଗୋଟିଏ ଟିକା ରୁ ଏଡସରୁ ମିଳିବ ମୁକ୍ତି

29

ଚିକିତ୍ସା ଜଗତ ର ଆଉ ଏକ ଚମତ୍କାରିତା I କ୍ୟାନସର ପରେ ଏଡସ ଭଳି ମାରାତ୍ମକ ରୋଗ ପାଇଁ ଆସୁଛି ଟିକା । ଇସ୍ରାଏଲର ତେଲ ଆବିବ୍ ବିଶ୍ୱବିଦ୍ୟାଳୟରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହି ଇଞ୍ଜେକସନ୍ ଥରେ ମାତ୍ର ନେଲେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତିି । ଜିନ ଏଡିଟିଙ୍ଗ ମାଧ୍ୟମରେ ବିକଶିତ କରାଯାଇଥିବା ଏହି ଟୀକା ଚିକିତ୍ସା ବିଜ୍ଞାନରେ ଏକ ବୈପ୍ଲବିକ ସଫଳତା ବୋଲି ମଧ୍ୟ କୁହାଯାଉଛି । ମୁଷା ଉପରେ ଏବେ ଏହାର ପ୍ରୟୋଗ କରାଯାଇଛି।ଏହା ମୂଷାର ଇମ୍ୟୁନ ସିଷ୍ଟମରେ HIV ଭାଇରସ ବିରୋଧର ଲଢିବା ଲାଗି ଆଣ୍ଟିବଡି ବିକଶିତ କରିଛି। ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ଆଶା ବଢ଼ାଇ ଦେଇଛି ଯେ HIV ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ । ଏହି ରୋଗର ଶିକାର ବ୍ୟକ୍ତିଙ୍କ ଇମ୍ୟୁନ ସିଷ୍ଟମ୍ ବହୁତ ଦୁର୍ବଳ ହୋଇଥାଏ। ଭାଇରସ ଲଢିବାରେ ସକ୍ଷମ ହୋଇନଥାନ୍ତି।
ଆଗରୁ ଯେଉଁ ଚିକିତ୍ସା ଥିଲା ତାହା କେବଳ ରୋଗର ଭୟାବହତା ନ ବ୍ୟାପିବା ପାଇଁ ଥିଲା । ହେଲେ ସିଙ୍ଗଲ ଡୋଜରରେ ରୋଗୀ ସମ୍ପୂର୍ଣ୍ଣ ଭଲ ହେବା ଭଳି ଔଷଧ ବା ଟିକା ବ୍ୟବସ୍ଥା ନ ଥିଲା । ଏଚଆଇଭିରୁ ଏଡସ୍ ହେବା ଭିତରେ ପାଖାପାଖି ୭ରୁ ୮ ବର୍ଷର ଏକ ବ୍ୟବଧାନ ରହିଥାଏ । ଯେତେବେଳେ ତା ଦେହରେ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ ନଷ୍ଟ ହେବାରେ ଲାଗେ । ଫଳରେ ଜଣେ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଏ । ଏଭଳି ସ୍ଥିତିରେ ନୂଆ କରି ବାହାରୁ ଥିବା ଟିକା ଏଚଆଇଭି ରୋଗୀଙ୍କୁ ଦେଲେ ତାହା ତାଙ୍କୁ ଏଡସ୍ ହେବାରୁ ରକ୍ଷା କରିପାରିବ । ଏଥିରେ ବୈଜ୍ଞାନିକମାନେ କୃତ୍ରିମ ଏଚଆଇଭି ଭାଇରସ୍ ସହ କୃତ୍ରିମ ବି ସିରାମିକକୁ ମିଶାଇ ଏକ ଡେନେଟିକରେ ପରିବର୍ତ୍ତନ କରାଯାଇଛି ।

Comments are closed, but trackbacks and pingbacks are open.