ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

23

ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିବାଜୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶିବାଜୀଙ୍କ ମୃତ୍ୟୁ ସମ୍ପର୍କରେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ସୂଚନା ଦେଇଛନ୍ତି ।
ମୃତଦେହକୁ ହସପିଟାଲରୁ ଜାଗମରା ସ୍ଥିତ ବାସଭବନକୁ ନିଆଯାଇଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ୧୯୭୭ରୁ ୧୯୮୦ ଏବଂ ୧୯୮୯ ରୁ ୧୯୯୬ ମଧ୍ୟରେ ସେ ୩ ଥର ସାଂସଦ ଭାବେ କାର୍ଯ୍ୟ କରିଥିଲେ। ବାମପନ୍ଥୀ ଚିନ୍ତାରେ ବିଶ୍ୱାସ କରୁଥିବା ଜଣେ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ରାଜ୍ୟରେ ସିପିଆଇ( ଏମ )କୁ ପ୍ରତିଷ୍ଠା କରିବା ଦିଗରେ ତାଙ୍କର ଭୂମିକା ଥିଲା । କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଧା ଥିଲେ ।
ଶିବାଜୀଙ୍କ ମୃତ୍ୟୁରେ ରାଜ୍ୟ ଜଣେ ପ୍ରବୀଣ ରାଜନୀତିଜ୍ଞଙ୍କୁ ହରାଇଛି । ତାଙ୍କର ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ବିଭିନ୍ନ ଦଳର ବହୁ ରାଜନେତା ଶିବାଜୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Comments are closed, but trackbacks and pingbacks are open.