ବରିଷ୍ଠ ଓଡ଼ିଆ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ

0 30

ବରିଷ୍ଠ ଓଡ଼ିଆ ସିନେ ଅଭିନେତା ମିହିର ଦାସଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । କିଛି ଦିନ ହେବ ଅସୁସ୍ଥତା ଯୋଗୁଁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । କିଡନୀ ସଂକ୍ରମଣ ଯୋଗୁଁ ତାଙ୍କୁ ଡିସେମ୍ୱର ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।ପରେ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର । ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । I’ସ୍କୁଲ ମାଷ୍ଟର’ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ମିହିର ଦାସ I ଏହା ସହିତ ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରଜ, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଅନେକ ଲୋକପ୍ରିୟ ଚଳଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ଦର୍ଶକ ମାନଙ୍କର ପ୍ରିୟ ଭଜନ ହୋଇପାରିଥିଲେ I ପ୍ରାୟ ୩ ଦଶନ୍ଧି ଧରି ମିହିର ଦାସ ଅନେକ ଲୋକପ୍ରିୟ ଚଳଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ପ୍ରତିପାଦିତ କରିଯାଇଛନ୍ତି I ‘ପୁଅ ମୋର ଭୋଳା ଶଙ୍କର’୧୯୯୮ ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ ରେ ‘ଫେରିଆ ମୋ ସୁନା ଭଉଣୀ’ଚଳଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ I
ଏଭଳି ଜଣେ ବହୁ ପ୍ରତିଭାଧାରୀ କଳାକାରଙ୍କ ବିୟୋଗରେ ସାରା ଓଡ଼ିଶା ର ଜନସାଧାରଣଙ୍କ ସମେତ ସମଗ୍ର କଳା ଜଗତ ସ୍ତବ୍ଧ ହୋଇଯାଇଛି I ମିହିର ଦାସ ଙ୍କ ଅକାଳ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି I

Leave A Reply

Your email address will not be published.