ପୂର୍ବତନ ଛାତ୍ର ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା ଙ୍କ ପରଲୋକ

29

କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ର ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଛି I ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା I ସଂଗ୍ରାମ ଜେନା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଥିଲେ । ସୂଚନାଯୋଗ୍ୟ ଯେ, ସଂଗ୍ରାମ ଜେନା କୋଭିଡ୍ ରୁ ସୁସ୍ଥ ହେବା ପରେ ୨ ମାସ ହେବ ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ୍ ରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମିତ ହୋଇଥିଲା । ୮୪ ଦିନ ହେଲା ଇକ୍‌ମୋ ଚିକିତ୍ସାରେ ରହିଥିଲେଏବଂ ତାଙ୍କ ଅବସ୍ଥା ରେ ଧୀରେ ଧୀରେ ଉନ୍ନତି ଘଟୁଥିଲା । ତେବେ ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ସଂଗ୍ରାମ ଜେନା ୨୦୧୪ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ।

ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମୃତ୍ୟୁ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ । ଭଗବାନ ତାଙ୍କୁ ଆଗୁଆ ନେଇଗଲେ । ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ । ତାଙ୍କୁ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ।

Leave A Reply

Your email address will not be published.