ମହାପ୍ରଭୁଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ପ୍ରଶାସନ କତ୍ତୃପକ୍ଷ

30

ଭୁବନେଶ୍ବର: ପୁରୀର କେତେକ ଅଂଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ଜବରଦଖଲକାରୀଙ୍କ କବଳରେ ରହିଛି। ମାଟିତୋଟା ମଉଜାରେ ଥିବା ଏହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ କତ୍ତୃପକ୍ଷ ବାସେଳୀସାହି ଥାନାରେ ଏତଲା ଦେଇଛନ୍ତି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ଜିଲାପାଳ ଓ ଏସପିଙ୍କୁ ଅନୁରୋଧ କରାଯାଇଛି। ମାଟିତୋଟା ୟୁନିଟ ନମ୍ବର-୧, ଖାତା ନମ୍ବର-୩୮ ର ମୋଟ ୧୦୯ଟି ପ୍ଲଟ ଜବରଦଖଲରେ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୂ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ ବଦ୍ଧପରିକର। କୌଣସି ଜାଲିଆତି ବା ବେଆଇନ୍ ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ।

Comments are closed, but trackbacks and pingbacks are open.