୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ

18

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡିଥିବା ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶେଷରେ ଗିରଫ ହୋଇଛନ୍ତି । ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ।

ଗତ ଶନିବାର ଠାରୁ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ବିଶ୍ୱଜିତଙ୍କ ଘରୁ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା, ୪୫୦ଗ୍ରାମ ସୁନା, ୨.୫ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ମିଳିଛି। ଏହା ସହିତ ଏଡିଏମ ଓ ତାଙ୍କ ପତ୍ନୀଙ୍କ ନାଁରେ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଆଉ ମାତ୍ର ଦିନ କେଇଟା ପରେ ଚାକିରିରୁ ଅବସର ନେଇଥାନ୍ତେ ADM । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ ।

Comments are closed, but trackbacks and pingbacks are open.