ପଞ୍ଜାବ ରେ ‘ଆପ’ ସରକାର

40

ଆଜି ୫ଟି ରାଜ୍ୟର ବିଧାନସଭା ପାଇଁ ଭୋଟ ଗଣତି ଚାଲିଥିବା ପଞ୍ଜାବରେ ଇତିହାସ ରଚିବାକୁ ଯାଉଛି ଆମ ଆଦମୀ ପାର୍ଟି। ଝାଡ଼ୁମାରି ସଫା କରି ଦେଇଛି କଂଗେସ ସମେତ ବିଜେପି ଦଳ କୁ I ପଞ୍ଜାବରେ କଂଗ୍ରେସ ମାତ୍ର ୧୫ଟି ଆସନରେ ଆଗୁଆ ରହିଛି। ସେପଟେ ଆପ ୯୦ଟି ଆସନରେ ଆଗୁଆ ରହି ଥିବାବେଳେ ଅନ୍ୟ ୪ ଟି ରାଜ୍ୟ ମଧ୍ୟରୁ ଗୋଆ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେଉଛି I
ପଞ୍ଜାବ ରାଜନୀତି ମୈଦାନରେଏଥର କଂଗ୍ରେସ ଦଳର ଦୁଇ ହେଭିୱେଟ ଚରଣଜିତ୍ ସିଂ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ଭୋଟର । ସବୁଠୁ ବଡ କଥା ହେଲା ଚନ୍ନି ଦୁଇଟି ଆସନରୁ ଲଢିଥିଲେ ମଧ୍ୟ ଉଭୟ ଆସନରେ ପରାଜୟର ସାମ୍ନା କରିଛନ୍ତି । ଉଭୟ ଚମକୋର ସାହିବ ଓ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା କରିନାହାନ୍ତି ଭୋଟର । ଉଭୟ ଆସନରେ ଆପର ପ୍ରାର୍ଥୀ ହିଁ ଚନ୍ନିଙ୍କୁ ମାତ୍ ଦେଇଛନ୍ତି । ଭଦୌର ଆସନରେ ୩୭ ହଜାରରୁ ଅଧିକ ଭୋଟରେ ଓ ଚମକୌର ସାହିବ ଆସନରୁ ୬ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ଚନ୍ନି । ପଞ୍ଜାବ ରେ କଂଗ୍ରେସ ର ଦାରୁଣ ପରାଜୟ ପରେ ମୁଖ୍ୟମନ୍ତ୍ରୀ ଚନ୍ନି ନିଜ ପଦରୁ ଇସ୍ତଫା ଦେବାକୁ ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍‌ ୯୦ ଟି ଆସନରେ ଲିଡ୍‌ କରୁଛି। ଭୋଟ ଗଣତି ବେଳ ଠାରୁ ହିଁ ଆପ୍‌ ଅନ୍ୟ ସମସ୍ତ ରାଜନୀତିକ ଦଳଗୁଡ଼ିକ ଠାରୁ ଆଗରେ ରହିଛି। ଏକଜିଟ ପୋଲରେ ହୋଇଥିବା ଆକଳନ ସତ ହେବାକୁ ଯାଉଛି। ଆପ୍‌ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି।

Comments are closed, but trackbacks and pingbacks are open.